Odisha Link
Bridging the Missing Links in Odisha

ଗୁଣିଆ ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କୁ ନିର୍ମମ ହତ୍ୟା!

ଉଦଳା: ଉଦଳାରେ ଫୁଟବଲ ଖେଳ ଦେଖିବାକୁ ଯାଇ ନିଖୋଜ ହୋଇଥିବା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋନ ଡ୍ୟାମ୍ ରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ଉଭୟଙ୍କୁ ହତ୍ୟା କରିବା ପରେ ପଥର ବାନ୍ଧି ଡ୍ୟାମ୍ ରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଦୀର୍ଘ ୬୯ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ୬ ତାରିଖ ଅପରାହ୍ନ ୩ଟା ସମୟରେ ସିତାରାମ ସାହି ଗାଁର ସୀତାରାମ ସିଂ ଓ ଲେତ ସିଂ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଘର ନିକଟ ବିଲରୁ ସୀତାରାମଙ୍କ ଜୋତା ଓ ଲେତଙ୍କ ଚୁଡି ମିଳିବା ସହ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁରକୁ ଧରି ସ୍ଥାନୀୟ ସୁନେଇ ଡ୍ୟାମରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା।

Comments are closed.