Odisha Link
Bridging the Missing Links in Odisha

ପୋଲିସକୁ ଡିଜିପିଙ୍କ ୫ଟି ମନ୍ତ୍ର

ବରଗଡ଼: ବରଗଡ଼ରେ ପୋଲିସ କର୍ମଚାରୀଙ୍କୁ ୫ଟି ପାଠ ପଢ଼ାଇଲେ ପୋଲିସ ଡିଜି। ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଏହା ସହ ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି ଓ ଜୋତା ପିନ୍ଧିବାକୁ କହିଛନ୍ତି ଡିଜିପି। ପୋଲିସ କର୍ମଚାରୀଙ୍କ ସହ ମତବିନିମୟ କର୍ଯ୍ୟକ୍ରମରେ ଡିଜିପି ଏପରି ପରାମର୍ଶ ଦେଇଛନ୍ତି। ଥାନାକୁ ଆସୁଥିବା ଲୋକଙ୍କୁ କିଛି ଥାନା ଅଧିକାରୀ ତେରିମେରି କରନ୍ତି। ଲୋକଙ୍କୁ ଅଭଦ୍ର ବ୍ୟବହାର ସହ ଗାଳିଗୁଲଜ କରନ୍ତି। ଲୋକଙ୍କ ଠାରୁ କିଛି ପୋଲିସ ଅଧିକାରୀ ପଇସା ନେବାକୁ ଚେଷ୍ଟା କରନ୍ତି। ଯେଉଁମାନଙ୍କ ପାଇଁ ଥାନା ବଦନାମ ହେଉଛି, ଥାନାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। କିନ୍ତୁ ସବୁ ପୋଲିସ ଅଧିକାରୀ କରାପ ନୁହନ୍ତି ବୋଲି କହିଛନ୍ତି ପୋଲିସ ଡିଜି। ଅନେକ ଥାନାରେ ଭଲ ପୋଲିସ ଅଧିକାରୀ ଅଛନ୍ତି। ସମୟ ଆସିଛି, ପୋଲିସ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ହେବ। ଲୋକଙ୍କୁ ମିଠା କଥା କହିବାକୁ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ପରାମର୍ଶ ଦେଇଛନ୍ତି।

Comments are closed.