Odisha Link
Bridging the Missing Links in Odisha

ଷ୍ଟେଟ୍‌ବ୍ୟାଙ୍କ ବଦଳାଇଲା ସୁଧହାର, ଜାଣନ୍ତୁ

ନୂଆଦିଲ୍ଲୀ: କମିଲା ସୁଧହାର। ଭାରତର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବୁଧବାର ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍‌ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା ସୁଧ ହାର ବା ରେପୋରେଟ୍‌ ହ୍ରାସ କରିଥିବାବେଳେ ଏସ୍‌ବିଆଇ ଏହି ସମୟରେ ହିଁ ସୁଧ ହାର କମାଇବାର ନିଷ୍ପତ୍ତି ନେଇଛି। ୧ ଲକ୍ଷ ଯାଏ ଚଳନ୍ତି ଜମା ବା ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ୩.୫%ରୁ ୩.୨୫%କୁ ଖସିଆସିଛି। ନୂଆ ସୁଧହାର ନଭେମ୍ବର ୧ ତାରିଖରୁ ଲାଗୁ ହେବ।

ସେହିଭଳି ସ୍ଥାୟୀ ଜମାରେ ମଧ୍ୟ ଏସ୍‌ବିଆଇ ସୁଧହାର ହ୍ରାସ କରିଛି। ଏହା ଅକ୍ଟୋବର ୧୦ ତାରିଖରୁ ଲାଗୁ ହେବ। ବର୍ଷେରୁ ୨ ବର୍ଷରୁ କମ୍‌ ଅବଧି ପାଇଁ ରିଟେଲ ଟର୍ମ ଜମା ଏବଂ ବଲ୍କ ଟର୍ମ ଜମା ଉପରେ ଯଥାକ୍ରମେ ୧୦ ବେସିସ୍‌ ପଏଣ୍ଟ ଏବଂ ୩୦ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ ହୋଇଛି। ନିମ୍ନରେ ଜାଣନ୍ତୁ ୨ କୋଟିରୁ କମ୍‌ ଟଙ୍କାର ସ୍ଥାୟୀ ଜମା ଉପରେ ପରିବର୍ତ୍ତିତ ସୁଧହାର।

Comments are closed.