Odisha Link
Bridging the Missing Links in Odisha

୨୦୦ କୋଟି ଛୁଇଁଲାଣି ସିନେମା ୱାର

ମୁମ୍ବାଇ :  ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ସିନେମା ୱାର ବକ୍ସ ଅଫିସରେ ଧମାଲ କରିଛି । ଏହା ବକ୍ସ ଅଫିସରେ ୨୦୦କୋଟି  କ୍ଳବରେ ସାମିଲ ହେବାକୁ   ଯାଉଛି । ବଲିଉଡ ଅଭିନେତା ରିତିକ୍ ରୋଶନ ଓ ଟାଇଗର ଶ୍ରଫ ସିନେମା ‘ଓ୍ଵାର୍ ଅଭିନୟ କରିଛନ୍ତି । ସିନେମାଟି ପ୍ରଥମ ପାଞ୍ଚ ଦିନରେ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରି ସାରିଛି ।

ହିନ୍ଦୀ ବ୍ୟତୀତ ଅନ୍ୟସବୁ ଭାଷାର କଲେକସନର ହିସାବକୁ ନେଇ ଏହା କୁହାଯାଉଛି। ଆଜି ଯାଏଁ କୌଣସି ହିନ୍ଦୀ ସିନେମା ପ୍ରଥମ ସପ୍ତାହରେ ୨୦୦ କୋଟି ଟଙ୍କା ଆୟ କରିପାର ନଥିଲା । ଜଣା ପଡ଼ିଛି ସିନେମାଟି ୩ଦିନରେ ୩ଟି ରେକର୍ଡ ବ୍ରେକ୍ କରିଛି । ୪,୦୦୦ ସ୍କ୍ରିନରେ ରିଲିଜ୍ ହୋଇଥିବା ସିନେମାଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ସବୁ ସିନେମାର ରେକର୍ଡ ଭାଙ୍ଗିଛି। ଓ୍ଵାର୍ ସବୁଠାରୁ ଅଧିକ ଆୟ କରିଥିବା ସିନେମା ବନିଯାଇଛି । ଏହା ସହ ପୂର୍ବରୁ ରିତିକ୍-ଟାଇଗରଙ୍କ ଅଭିନିତ କୌଣସି ସିନେମା ୩ ଦିନରେ ଏତିକି କୋଟି ଟଙ୍କା ଆୟ କରି ନଥିଲା ।

Comments are closed.