Odisha Link
Bridging the Missing Links in Odisha

ସିଆରପିଏଫ୍ କ୍ୟାମ୍ପ୍ ଉପରେ ଡ୍ରୋନ୍ ଉଡାଇଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲମାନେ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡାଇଛନ୍ତି। ଗତ ତିନି ଦିନ ଧରି ରାତି ସମୟରେ ସୁକୁମା ଜିଲ୍ଲାର ବିଭିନ୍ନ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଛି।
ପୂର୍ବରୁ ନକ୍ସଲମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପୋଲିସ ଡ୍ରୋନ୍ କ୍ୟାମେରା ବ୍ୟବହାର କରିଥିବା ବେଳେ ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବା ଲାଗି ଡ୍ରୋନ୍ କ୍ୟାମେରା ଉଡାଇଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କ ଏପରି ଅତ୍ୟାଧୁନିକ କୌଶଳ ଏବେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ହି ଘଟଣା ପରେ ଉଭୟ ଛତିଶଗଡ ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ସବୁଠି ଜବାନମାନେ ସଜାଗ ହୋଇ ରହିଛନ୍ତି ।

Comments are closed.