Odisha Link
Bridging the Missing Links in Odisha

୩ ଜଣଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ

ଜେନେଭା: ଚଳିତବର୍ଷ ସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ।

ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍‌ ବ୍ୟାଟେରି ଆମ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ବିଶେଷ କରି ମୋବାଇଲ ଫୋନ୍‌, ଲ୍ୟାପ୍‌ଟପ୍‌ ଏବଂ ବୈଦ୍ୟୁତିକ ଯାନରେ ଏହି ବ୍ୟାଟେରିର ଭୂମିକା ଅପରହିହାର୍ଯ୍ୟ। କମିଟି ପକ୍ଷରୁ କୁହାଯାଇଛି, ଚଳିତ ବର୍ଷର ନୋବେଲ୍‌ ୱେୟାରଲେସ୍‌ ଏବଂ ଫସିଲ୍‌ ଫୁଏଲ୍‌ ବା ଜୈବ ଇନ୍ଧନ ବିହୀନ ସମାଜ ପାଇଁ ଭିତ୍ତି ସ୍ଥାପନ କରିବ।

Comments are closed.