Odisha Link
Bridging the Missing Links in Odisha

‘ରାବଣ’ ବେଶରେ ଇମ୍ରାନ ଖାନ୍‌ଙ୍କ କୁଶପୁତ୍ତଳିକା

ଭୋପାଲ: ଗତକାଲି ସାରା ଦେଶରେ ଖୁବ୍‌ ଧୁମଧାମରେ ପାଳିତ ହୋଇଥିଲା ବିଜୟା ଦଶମୀ। ଏହି ଅବସରରେ ଦେଶର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ହେଲେ ମଧ୍ୟପ୍ରଦେଶର ଖାରଖେଡି ବାସୀ ଚିରାଚରିତ ପରମ୍ପରାରୁ ହଟି ଟିକିଏ ନିଆରା ଭାବରେ ରାବଣ ପୋଡ଼ି କରିଛନ୍ତି।

କାରଣ ଖାରଖେଡି ବାସୀ ରାବଣ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ରାବଣ ଭାବରେ ଚିତ୍ରିତ କରି ତାଙ୍କ କୁଶପୁତ୍ତଳିକା ତିଆରି କରିଥିଲେ। ଯାହାର ଉଚ୍ଚତା ଥିଲା ୫୧ ଫୁଟ୍। ଏହାପରେ ପରମ୍ପରା ଅନୁଯାୟୀ ଇମ୍ରାନଙ୍କ କୁଶପୁତ୍ତଳିକାରେ ନିଆଁ ଲଗାଯାଇ ଦାହ କରାଯାଇଥିଲା।

Comments are closed.