Odisha Link
Bridging the Missing Links in Odisha

ନିଜ ବିବାହକୁ ନେଇ ସିନେମା ତିଆରି କରିବେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତା ବିଭିନ୍ନ ପ୍ରକାର ସିନେମାରେ ଅଭିନୟ କରିଥାନ୍ତି ସେ କମେଡି ହେଉ କି ବାୟୋପିକ । କିନ୍ତୁ କେହି ନିଜ ବିବାହ ଉପରେ ସିନେମା କରି ନାହାଁନ୍ତି । ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୫ଦିନ ପର୍ଯ୍ୟନ୍ତ ଭାରତରେ ରହି ନିଜ ସିନେମାର ପ୍ରମୋସନ କରିଥିଲେ । ବିଭିନ୍ନ ରିୟାଲିଟି ସୋ’କୁ ଯାଇ ସେ ନିଜର ଆଗାମୀ ସିନେମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରମୋସନ କରିବା ସହ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ଜଣାଇଥିଲେ । ଆସନ୍ତା ବର୍ଷ ସେ ଦୁଇଟି ସିନେମାର ସୁଟିଂ କରିବେ ବୋଲି ଜଣାଇଛନ୍ତି ।


ତାଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ମୁଁ ୨ଟି ଇଂରାଜୀ ସିନେମାର ସୁଟିଂ ପୂରା କରି ସାରିଛି । ଆଗକୁ କେଉଁ ସବୁ ସିନେମାର ସୁଟିଂ ହେବ, ତାହା ସ୍ଥିର ହୋଇ ନାହିଁ । ଦୁଇଟି ସିନେମାର ପ୍ରଯୋଜନା ମୁଁ କରିବି, ଯାହାର କାହାଣୀ ଏବେ ଲେଖାଯାଉଛି । ଦୁଇଟି ସିନେମା ମଧ୍ୟରୁ ଗୋଟେ ମୁଁ ମାଇଣ୍ଡି କଲିଙ୍ଗ୍‌ଙ୍କ ସହ ବନାଉଛି । ଏହା ଏକ କମେଡି ସିନେମା ହୋଇଥିବା ବେଳେ ମୋର ଓ ନିକ୍‌ଙ୍କ ବିବାହ ଉପରେ ଏହା ଆଧାରିତ ହେବ । ସିନେମାର ସୁଟିଂ ବିଦେଶ ସହ ଦିଲ୍ଲୀରେ ମଧ୍ୟ ହେବ ।

Comments are closed.