Odisha Link
Bridging the Missing Links in Odisha

ବଲିଉଡ୍‌ର କିଙ୍ଗ୍‌ ଖାଁଙ୍କ ନିଆରା ପ୍ରେମକାହାଣୀ

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ଙ୍କ ପତ୍ନୀ ଗୌରୀ ଖାଁ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଗୌରୀ ୧୯୭୦ ଅକ୍ଟୋବର ୮ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ କଲୋନେଲ ରମେଶ ଚନ୍ଦ୍ର ଚିବର ଓ ମାତା ସବିତା ଚିବର । ସେ ଆର୍ମିରେ ଥିବାରୁ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଗୌରୀଙ୍କ ପ୍ରକୃତ ନାମ ହେଲା ଗୌରୀ ଚିବର ।
ଶାହାରୁଖ୍‌ ଓ ଗୌରୀଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ଥିଲା । ଶାହରୁଖ ନିଜର ଅଭିନୟ ଟିଭି ସିରିଏଲ୍‌ ଦିଲ ଦରିୟା ରୁ ଆରମ୍ଭ କରିଥିଲେ। ସର୍କସ ସିରିଏଲ୍‌ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦ ଥାପିଥିଲେ।
ଶାହାରୁଖ ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ପ୍ରଥମ ଥର ପାଇଁ ଗୌରୀଙ୍କୁ ଭେଟିଥିଲେ ସେତେବେଳେ ଗୌରୀଙ୍କୁ ୧୪ ବର୍ଷ ଓ ଶାହାରୁଖଙ୍କୁ ୧୯ ବର୍ଷ ବୟସ ହୋଇଥିଲା ।


୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ଫୋନ୍‌ ନମ୍ବର ନେଇଥିଲେ। ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀର ଆରମ୍ଭ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ଗୌରୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଶାହରୁଖଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଗୌରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ମାତ୍ର ଏହାକୁ ଗୌରୀ ମନା କରିଥିଲେ। ଶାହରୁଖଙ୍କୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏହା ଦ୍ୱାରା ତାଙ୍କର ଭଲ ପାଇବାର ମୂଲ୍ୟ ରହିବ ନାହିଁ ବୋଲି ଗୋରୀ ଚିନ୍ତା କରିଥିଲେ।
୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ସିନେମା ଦିଲ୍‌ ଆଶାନା ନିର୍ମିତ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା। ପରେ ୧୯୯୨ରେ ଶାହାରୁଖ୍‌ଙ୍କ ସିନେମା ଦିୱାନା ବଲିଉଡ୍‌ରେ ଚହଳ ପକାଇଥିଲା। ଶାହରୁଖ ସାକ୍ଷାତ୍‌କାରରେ କହିଥିଲେ ଗୌରୀ ତାଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିଲେ ଯାହା ଦ୍ବାରା ଶେଷରେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖୀ ହୋଇ ପାରିଛି ।

Comments are closed.