Odisha Link
Bridging the Missing Links in Odisha

ମା’ବାପାଙ୍କ ଫଟୋ ଦେଖି ଭାବବିହ୍ବଳ ହେଲେ ଶାହରୁଖ

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଛନ୍ତି । ଦଶହରା ଉପଲକ୍ଷେ ଶାହାରୁଖ ଟୁଇଟରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କର ଜଣେ ପ୍ରଶଂସକ ଦଶହରା ଉପଲକ୍ଷେ ତାଙ୍କୁ ଏପରି ଏକ ଉପହାର ଦେଇଛନ୍ତି, ତାହା ଶାହାରୁଖଙ୍କୁ ଭାବବିହ୍ବଳ କରିପକାଇଛି। ଉପହାରଟି ହେଲା ଶାହରୁଖଙ୍କ ମା’ବାପାଙ୍କ ଫଟୋ। ଏହାକୁ ଜଣେ ପ୍ରଶଂସକ ନିଜ ତୂଳିରେ ତିଆରି କରିଛନ୍ତି।

ଶାହରୁଖ ଟୁଇଟ୍ ଜରିଆରେ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ। ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇଥିଲେ। ହେଲେ ଜଣେ ପ୍ରଶଂସକ ନିଜ ହାତରେ ଆଙ୍କିଥିବା ତାଙ୍କ ପିତା ମାତା’ଙ୍କ ଫଟୋ ଟୁଇଟ୍‌ କରିଥିଲେ। ସେ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଫଟୋ ଦୁଇଟିକୁ ରଖିଲେ ଓ ଫ୍ରେମ କରି କାନ୍ଥରେ ନିଶ୍ଚୟ ଲଗାଇବେ ବୋଲି ମଧ୍ୟ କହିଥିଲେ । ଶାରୁଖ ପ୍ରଶଂସକ ଏପରି ଉପହାର ଦେଖି ବହୁତ ଖିସି ହୋଇ ଯାଇଥିଲେ ।

Comments are closed.