Odisha Link
Bridging the Missing Links in Odisha

ବିଗ୍‌ବସ୍ ଘରୁ ବିଦାୟ ନେଇ ପାରନ୍ତି ଏହି ପ୍ରତିଯୋଗୀ

ଭୁବନେଶ୍ବର : ଲୋକ ପ୍ରିୟ ରିୟାଲିଟି ସୋ’ ବିଗ୍‌ବସ୍ ୧୩ ଛୋଟ ପରଦାରେ ଧମାଲ କରୁଛି। ତେବେ ଏହାର ପ୍ରଥମ ସପ୍ତାହରେ କୌଣସି ସଦସ୍ୟଙ୍କୁ ବେଘର କରାଯାଇନଥିଲା। କିନ୍ତୁ ଦିତୀୟ ସପ୍ତାହ ପାଇଁ ନୋମିନେସନ୍ ହୋଇସାରିଛି। ନୋମିନେସନ୍ ଟି ଏକ ନିଆରା ଢ଼ଙ୍ଗରେ ହୋଇଥିଲା । ଦୁଇ ଜଣ ପ୍ରତିଯୋଗୀଙ୍କର ନୋମିନେଟ୍ ହବା ଅନ୍ୟ ଏକ ପ୍ରତିଯୋଗିଙ୍କର ଉପରେ ନିର୍ଭର ଥିଲା । ଅନେକ ବିବାଦ ଦେଖା ଦେଇଥିଲେ । ରିପୋର୍ଟ ଅନୁଯାୟୀ ବିଗ୍‌ବସ୍ ଘରୁ ବାହାରିବା ପାଇଁ ରଶ୍ମି ଦେଶାଇ, କୋଏନା ମିତ୍ରା, ଦଲଜିତ୍ କୌର୍ ଏବଂ ଶହନାଜ୍ ଗିଲ ନୋମିନେଟ୍ ହୋଇଛନ୍ତି। କେବଳ ଅଭିନେତ୍ରୀ ମାନେ ନୋମିନେଟ୍ ହୋଇଛନ୍ତି । ନୋମିନେସନ୍ ପରେ ହିଁ ଘରେ ରାଜନୀତି ଦେଖିବାକୁ ମିଳିଥାଏ। ପ୍ରଥମ ସପ୍ତାହରେ ରଶ୍ମି ଏବଂ ସିଦ୍ଧାର୍ଥ ଶୁକ୍ଳା ଭଲ ବନ୍ଧୁ ଭାବେ ଦେଖିବାକୁ ମିଳିଥିଲା କିନ୍ତୁ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିବାର ଦେଖିବାକୁ ମିଳିଥିଲା। କାରଣ ସିଦ୍ଧାର୍ଥ ରଶ୍ମିଙ୍କୁ ଛାଡି ଆରତୀଙ୍କୁ ସୁରକ୍ଷିତ କରିବାର ଦେଖିବାକୁ ମିଳିଥିଲା।


ବର୍ତ୍ତମାନ ଏହି ସପ୍ତାହରେ ଘରୁ ବାହାରିବାର ପ୍ରତିଯୋଗୀମାନଙ୍କର ନା ସାମ୍ନାକୁ ଆସିସାରିଛି। ବିଗ୍‌ବସ୍ ସୂଚନା ଅନୁଯାୟୀ ଏହି ସପ୍ତାହରେ ଟେଲିଭିଜନ୍ ଅଭିନେତ୍ରୀ ଦଲଜିତ୍ କୌର୍ ବିଗ୍‌ବସ୍ ଘରୁ ବାହାର ହୋଇପାରନ୍ତି। ପ୍ରତିଯୋଗୀ ମାନେ ‘ବେଡ୍ ଫ୍ରେଣ୍ଡ ଫର୍ ଏଭର୍‌’ ରାଉଣ୍ଡରେ ବିଗ୍‌ବସ୍ ଘରକୁ ଆସିଥିଲେ।

Comments are closed.