Odisha Link
Bridging the Missing Links in Odisha

ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଏହି ଯୋଡ଼ି !

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଲଭଲି କପୁଲ ରଣବୀର ସିଂହ ଓ ଦୀପିକା ପାଦୁକୋନ ପୁଣି ଥରେ ଏକାଠି ହେଉଛନ୍ତି । ଦୁହିଁଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସବୁ ସିନେମାମସୁପର୍‌ ହିଟ୍‌ ହୋଇଛି। ୨୦୧୮ରେ ଏ ଦୁହେଁ ସଞ୍ଜଲ ଲୀଲା ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ସିନେମା କରୁଛନ୍ତି।


ରଣବୀରଙ୍କୁ ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା। ଭଂଶାଲୀ ତାଙ୍କୁ ଦେଖା କରିବା ପାଇଁ ଡକାଇଥିଲେ। ଅନୁମାନ କରାଯାଉଥିଲା, ରଣବୀର ନିଶ୍ଚିତ ଭଂଶାଲୀଙ୍କ ଆଗାମୀ ସିନେମାରେ କାମ କରିବେ। ଏହା ପୂର୍ବରୁ ଭଂଶାଲୀ ଦୀପିକାଙ୍କୁ ମଧ୍ୟ କୁଆଡେ ଦେଖା କରିବାକୁ ଡକାଇଥିଲେ। ଆଉ ସେ ମଧ୍ୟ ଗଣମାଧ୍ୟମ ଫଟୋଗ୍ରାଫରଙ୍କଠୁ ଲୁଚି ପାରି ନ ଥିଲେ। ଏଣୁ ଚର୍ଚ୍ଚା ହେଉଛି, ଏ ଦୁଇ ଜଣଙ୍କୁ ନେଇ ଭଂଶାଲୀ କିଛି ବଡ଼ ପ୍ରୋଜେକ୍ଟ ଯୋଜନା କରୁଥିବା। ବିବାହ ପରେ ଦୁହେଁ ଏକାଠି କୌଣସି ସିନେମା କରି ନାହାନ୍ତି । ଏହା ତାଙ୍କର ପ୍ରଥମ ସିନେମା ହେବ।

Comments are closed.