Odisha Link
Bridging the Missing Links in Odisha

ଓଏଫଏସଙ୍କୁ ବାଧ୍ୟ‌ତାମୂଳକ ଅବସର

ଭୁବନେଶ୍ବର: ନବୀନ ସରକାରଙ୍କ କଡ଼ା ଆଭିମୁଖ୍ୟ। ଦୁର୍ନୀତିଗ୍ରସ୍ତଙ୍କୁ ତ୍ରାହି ନାହିଁ । ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ବିଦା ହେଲେ। ଓଏଫଏସଙ୍କୁ ବାଧ୍ୟତାମୂଳକ ଅବସର। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। କଟକ ଆଠଗଡର ନିଲମ୍ବିତ ଓଏଫଏସ୍ ସୁଧାଂଶୁ ମିଶ୍ରଙ୍କୁ ବାଧ୍ୟତା ମୂଳକ ଅବସର ଦେଲେ ସରକାର।
ପୂର୍ବରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ବେଳେ ୫କୋଟି ୬୮ଲକ୍ଷ ୯୨ହଜାର ୭୫୧ ଟଙ୍କାର ସମ୍ପତି ଜବତ ହୋଇଥିଲା। ଡିଏଫଓଙ୍କ ଘରୁ ନଗଦ ୧କୋଟି ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ। ୩କୋଟି ୪୬ଲକ୍ଷର ବ୍ୟାଙ୍କ ଡିପୋଜିଟ ଥିବା ଜଣାପଡିଥିଲା। ସୁଧାଂଶୁ ଶେଖର ମିଶ୍ର ନିଜ ନାଁରେ ଓ ପରିବାର ଲୋକଙ୍କ ନାଁରେ ଅଚଳାଚଳ ସମ୍ପତ୍ତି ଠୁଳ କରିଥିଲେ। ୨୦୧୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

Comments are closed.