Odisha Link
Bridging the Missing Links in Odisha

ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଭାସିଯାଉଥିବା ଜଣେ ମହିଳାଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ହେଲେ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବୋଲି ଜଣା ପଡ଼ିଛି।
ସୂଚନା ଅନୁସାରେ ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ ପରିବାର ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ୧୦୦ ମି.ମି ଦୂରକୁ ଭାସି ଯାଇଥିଲେ। ତେବେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ ମହିଳାଜଣଙ୍କ ଭାସି ଯାଉଥିବା ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ପାଣିକୁ ଡେଇଁ ପଡ଼ିଥିଲେ। ଟ୍ୟୁବ୍‌ ମାଧ୍ୟମରେ ନିଳାବତୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ନିଳାବତୀ ସୁସ୍ଥ ଥିବା ଜଣାପଡ଼ିଛି।

Comments are closed.