Odisha Link
Bridging the Missing Links in Odisha

୧୧ କେଜି ସୁନା ଜବତ

ରାଉରକେଲା: ଟ୍ରେନରୁ ୧୧ କେଜି ସୁନା ଜବତ। ୧୧୦ ଖଣ୍ଡ ସୁନା ଜବତ କଲା ସେଣ୍ଟ୍ରାଲ ଏକ୍ସାଇନ ଓ କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ହାଓ୍ବାଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ମିଳିଲା ସୁନା। ଟ୍ରେନରେ ବେଆଇନ ସୁନା ଯାଉଥିବା ଖବର ପାଇଥିଲା ବିଭାଗ। ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ଚଢ଼ାଉ କରି ଧରିଥିଲା। ସୁନା ଚାଲାଣ କାରବରରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ଜେରା କରାଯାଉଛି।

Comments are closed.