Odisha Link
Bridging the Missing Links in Odisha

‘ବମ୍ବେ ଗର୍ଲ’ରେ ଜାହ୍ନବି କପୁର

ମୁମ୍ବାଇ: ନିଜ ଅଭିନୟର ଯାଦୁରେ ଦର୍ଶକ ଙ୍କ ମନ କିଣି ନେଇଥିଲେ ବଲିଉଡ୍‌ କିଡ୍‌ ଷ୍ଟାର ଜାହ୍ନବି କପୁର । ଶଶାଙ୍କ ଖଇତାନଙ୍କ ନିର୍ଦେଶିତ ଧଡକ ସିନେମା ଜରିୟାରେ ଜାହ୍ନବି ବଲିଉଡରେ ପାଦଦେଇଥିଲେ । ଶୁଣିବାକୁ ମିଳିଛିସେ ଏବେ ତାଙ୍କ ପିତା ବୋନି କପୁରଙ୍କ ପ୍ରଯୋଜିତ ସିନେମା ‘ବମ୍ବେ ଗର୍ଲ’ରେ କାମ କରିବେ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ତ୍ରିପାଠି। ଏହା ପିତାପୁତ୍ରୀଙ୍କ ପ୍ରଥମ ସିନେମା ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି ।


ଜାହ୍ନବି ନିକଟରେ କରନ ଜୋହରଙ୍କ ଏକ ବାୟୋପିକ୍‌ ସିନେମା ‘ଗୁଞ୍ଜନ ସାକ୍ସେନା’ର ଶୁଟିଂ ସାରିଛନ୍ତି । ସିନେମାଟିକୁ ନିଖିଲ ମଲହୋତ୍ରା ଓମସରାନ ଶର୍ମା ଲେଖିଛନ୍ତି । ଜାହ୍ନବିଙ୍କ ସହ ପଙ୍କଜ ତ୍ରିପାଠି ,ଅଙ୍ଗଦ ବେଦି,ମାନବ ଭିଜ,ଓ ବିନିତ କୁମାର ସିଂହ ସିନେମାରେ ନଜର ଆସିବେ । ଏହି ସିନେମା ୧୩ ମାର୍ଚ୍ଚ ୨୦୨୦ରେ ରିଲିଜ୍‌ ହେବ ।

Comments are closed.