Odisha Link
Bridging the Missing Links in Odisha

‘ଚୌକିଦାର ଚୋର୍‌ ହେ’

ମଧ୍ୟପ୍ରଦେଶ: ୨୦୧୯ ସାଧାରଣ ନିର୍ବାଚନରେ ବହୁତ ନାରା ବାଜି ହୋଇଥିଲା। ସେ ମଧ୍ୟରୁ ‘ଚୌକିଦାର ଚୋର ହେ’ ନାରା ବେଶ ଶୁଣିବାକୁ ମିଳିଥିଲା। ଆଉ ଏବେ ଏ ନାରା ସତ ପ୍ରମାଣିତ ହେବାର ଦେଖିବାକୁ ମିଳିଛି।ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା ସୁରକ୍ଷା ଦାୟିତ୍ୱରେ ଥିଲେ ସେହି ଚୌକିଦାର ହିଁ ଏବେ ଟୋଲ ପ୍ଲାଜାରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଦେଖିବାକୁ ମିଳିଛି। ଯାହାର ପ୍ରମାଣ ରେକର୍ଡ ହୋଇଛି ଟୋଲ୍ ପ୍ଲାଜା ଅଫିସରେ ଥିବା ସିସି ଟିଭି କ୍ୟାମେରାରେ।

ଚୌକିଦାର ରବି ଓ ତାର ସହଯୋଗୀ ଅଙ୍କିତ ସିଂହ ଏବଂ ଟୋଲ ପ୍ଲାଜାର ଜଣେ କର୍ମଚାରୀ ଅଫିସରୁ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି କରିଥିବା ପୁଲିସ୍ ଗିରଫ କରିବା ପରେ ଜାଣିବାକୁ ପାଇଛି। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଚୋକିଦାର ଅଙ୍କିତ ସିଂହ ବୋଲି ଜଣାପଡ଼ିଛି। ସୋମବାର ରାତିରେ ଅଙ୍କିତ ଡ୍ୟୁଟି ଉପସ୍ଥାପନା ଖାତାରେ ଦସ୍ତଖତ ନକରି ଅଫିସ ଖୋଲାକରି ପଳାଇଥିଲା। ଏହାପରେ ଟୋଲ ପ୍ଲାଜାର ଅନ୍ୟ ଜଣେ କର୍ମଚାରୀ ଏବଂ ଚୌକିଦାର ରବି ମିଶି ୩ ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ଏବେ ସମସ୍ତ ଟଙ୍କା ଜବତ ହୋଇଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

Comments are closed.