Odisha Link
Bridging the Missing Links in Odisha

ଇଣ୍ଡିଆନ୍‌ ଆଇଡଲ୍୧୧ରେ ଓଡ଼ିଆ ଝିଅ ଚେଲ୍‌ସି

ମୁମ୍ବାଇ: ଓଡ଼ିଆ ଝିଅ ପୁଣି ଥରେ ନ୍ୟାସ୍‌ନାଲ୍‌ ସିଙ୍ଗିଙ୍ଗ୍ ପ୍ଲାଟ୍‌ଫର୍ମରେ ଧମାଲ କରିବାକୁ ଯାଉଛନ୍ତି । ତାଙ୍କ ନାମ ହେଉଛି ଚେଲ୍‌ସି ବେଉରା ,ସେ ଓଡିଶାର କଟକରେ ରୁହନ୍ତି । ଅକ୍ଟୋବର୍ ୧୨ରେ ସୋନି ଟିଭିରେ ଇଣ୍ଡିଆନ୍‌ ଆଇଡଲ୍-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ନେହା କକ୍କର, ବିଶାଲ୍ ଦଦ୍‌ଲାନୀ ଓ ଅନୁ ମଲ୍ଲୀକ ଶୋ’କୁ ଜଜ୍‌ କରୁଥିବାର ନଜରରେ ଆସିଛନ୍ତି । ସୋନି ଟିଭି ପକ୍ଷରୁ ରିଲିଜ୍‌ ହୋଇଥିବା ଇଣ୍ଡିଆନ୍‌ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ ଚେଲ୍‌ସି ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’ର ଜଜ୍‌ ମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ବିଶାଲ୍ ଚେଲ୍‌ସିଙ୍କୁ ଭବିଷ୍ୟତର ଷ୍ଟାର୍‌ ବୋଲି ମଧ୍ୟ କହିଥିଲେ । ଆରମ୍ଭରୁ ଭଲ ପ୍ରଦର୍ଶନ ଦେଇଥିବା ଚେଲ୍‌ସି ଏଥର ପୁଣି ନ୍ୟାସ୍‌ନାଲ୍‌ ପ୍ଲାଟ୍‌ଫର୍ମରେ ଶ୍ରୋତାଙ୍କୁ ଓ ଦର୍ଶକଙ୍କୁ ଝୁମାଇବେ।
ଚେଲ୍‌ସି ଏହା ପୂର୍ବରୁ ମ୍ୟୁଜିକ୍‌ ରିୟାଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍ ଆଇଡୋଲ୍‌ରେ ଭାଗ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଆଉ ଏବେ ପୁଣିଥରେ ଚେଲ୍‌ସି ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍-୧୧ରେ ଆସୁଛନ୍ତି । ଚ୍ୟାନେଲ୍‌ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍‌କୁ ସୋଶାଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ନେଇ ସୂଚନା ଦିଆଯାଇଛି ।

Comments are closed.