Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା ହେବ ପେପରଲେସ୍

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶା ବିଧାନସଭା ହେବ ପେପରଲେସ୍। ସବୁ କାମ କମ୍ପ୍ୟୁଟର ଓ ଅନଲାଇନ୍‌ ମାଧ୍ୟମରେ ହେବ। ଏଥିପାଇଁ ସମସ୍ତ ବିଧାୟକଙ୍କୁ ସରକାର ଲାପଟପ୍‌ ଯୋଗାଇ ଦେବେ। ଲାପଟପ୍‌ କିଣା ପାଇଁ ପ୍ରତି ବିଧାୟକଙ୍କୁ ଳକ୍ଷେ ଟଙ୍କା ଦିଆଯିବ। ୫ଟି ବ୍ରାଣ୍ଡର ଲାପଟପ୍‌ କିଣି ପାରିବେ ବିଧାୟକ। ମଳିଥିବା ସୂଚନା ମୁତାବିକି ଏପର୍ଯ୍ୟନ୍ତ ୪୭ ବିଧାୟକ ଲାପଟପ୍‌ କିଣିବାକୁ କୋଟେସନ୍‌ ଦେଇ ସାରିଲେଣି ବୋଳଇ ଉପବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଓଡ଼ିଶା ବିଧାନସଭାରେ ଖୁବଶୀଘ୍ର ଇ-ବିଧାନ କାର୍ଯ୍ୟକାରୀ ହେବ। ,ଥିପାଇଁ ଗତ କିଛି ଦିନ ତଳେ କିଛି ବିଧାୟକ ହିମାଚଳ ପ୍ରଦେଶ ଯାଇ ସେଠାକାର ବିଧାନସଭା ଅନୁଧ୍ୟାନ କରି ଫେରିଥିଲେ। ସେଠାରେ ଇ-ବିଧାନସଭା ସଫଳତାର ସହ କାର୍ଯ୍ୟକାରୀ ହେଇଛି। ଏଥିପାଇଁ ଓଡ଼ିଶା ବିଧାନସଭାରେ ଏହାକୁ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ପଦକ୍ଷେପ ନେବାକୁ ଏନଆଇସିକୁ ନିର୍ଦ୍ଦେଶ ଦେଇଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଏଥିସହିତ ଓ୍ବାଇଫାଇ ସୁବିଧା ସହ ଅନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯିବ। ଇ-ବିଧାନ କାର୍ଯ୍ୟକାରୀ ପୂର୍ବରୁ ପ୍ରଥମେ ସମସ୍ତ ବିଧାୟକ ଓ ବିଧାନସଭାର କର୍ମଚାରୀଙ୍କୁ ତାଲିମ ଦିଆଯିବ। ତାଲିମ ଓ ଅନ୍ୟ ଭିତ୍ତିଭୂମି ପାଇଁ ଟେଣ୍ଡର ଆହ୍ବାନ କରିବାକୁ ପୂର୍ତ୍ତ ବିଭାଗର ସଚିବ ଓ ଅର୍ଥ ବିଭାଗର ସଚିବଙ୍କୁ ନେଇ ଏକ କମିଟି ଗଢ଼ାଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Comments are closed.