Odisha Link
Bridging the Missing Links in Odisha

ଜାଣନ୍ତୁ ୧୫ ବର୍ଷ ବୟସରେ କ’ଣ ଘଟିଥିଲା ରେଖାଙ୍କ ସହ

ମୁମ୍ବାଇ: ବଲିଉଡ୍‌ ର ସୁନ୍ଦରୀ ଅଭିନେତ୍ରୀ ରେଖା ଆଜି ୬୪ ବର୍ଷ ବୟସ ରେ ପାଦ ଥାପିଛନ୍ତି । ସେ ନିଜର ଅଭିନୟର ଯାଦୁ ଓ ରୂପରେ ଦର୍ଶକ ମନ କିଣି ନେଇଛନ୍ତି। ରେଖା ୧୦ ଅକ୍ଟୋବର ୧୯୫୪ ମାଡ୍ରାସରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜେମିନି ଗଣେଶ ଜଣେ ତାମିଲ୍ ଅଭିନେତା ଓ ମାତା ପୁସପାଭାଲ୍ଲୀ ଜଣେ ତେଲଗୁ ଅଭିନେତ୍ରୀ । ରେଖା ନିଜ ସିନେମା କ୍ୟାରିୟର ୧୯୬୬ ମସିହାରେ ଏକ ତେଲଗୁ ସିନେମାରୁ ଆରମ୍ଭ କରିଥିଲେ।


ରେଖାଙ୍କ ସହ ୧୫ ବର୍ଷ ବୟସରେ ସିନେମା ସୁଟିଙ୍ଗ ସମୟରେ ଏକ ଅଘଟଣା ଘଟିଯାଇଥିଲା ।ରେଖାଙ୍କୁ ଜଣେ ଅଭିନେତା ଥରେ ଜୋରଜବରଦସ୍ତି ଚୁମା ଦେଇଥିଲେ ଯାହା ସେହି ସମୟରେ ବହୁତ ଚର୍ଚ୍ଚା ଧରିଥିଲା । ସେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ଅନ୍‌ଜାନ୍ ସଫର୍‌’ର ଶୁଟିଂ କରୁଥିଲେ।ଏଥିରେ ଅଭିନେତା ଥିଲେ ତାଙ୍କଠାରୁ ବୟସରେ ବହୁତ ବଡ଼ ବିଶ୍ୱଜିତ୍ ଚାଟାର୍ଜୀ। ଦୁହିଁଙ୍କୁ ନେଇ ଏକ ରୋମାଣ୍ଟିକ୍ ସିନ୍ ଥାଏ। ଆଉ ଡାଇରେକ୍ଟର ଆକ୍ସନ କହିବା ମାତ୍ରେ ବିଶ୍ୱଜିତ୍ ତାଙ୍କୁ ଜୋରଜବରଦସ୍ତି ଚୁମା ଦେବା ଆରମ୍ଭ କରି ଦେଲେ। ରେଖା ତାଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ବିଶ୍ୱଜିତ୍ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ଚୁମା ଦେଇ ଚାଲିଥିଲେ। ରେଖା ଆଖି ବନ୍ଦ କରି ଦେଇଥିଲେ, କିନ୍ତୁ ସେଥିରୁ ଲୁହ ବାହାରିବା ସ୍ପଷ୍ଟ ଦେଖାଯାଉଥିଲା। କ୍ୟାମେରା ବି ଏହି ଦୃଶ୍ୟକୁ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲା। ଏପରିକି ପୂରା ୟୁନିଟ୍ ବି ଏ ଦୃଶ୍ୟ ଦେଖି ହୁଇସିଲ୍ ମାରୁଥିଲା।କଥା ହେଉଛି, ସିନ୍‌ରେ ଚୁମା ରହିବ ବୋଲି ରେଖାଙ୍କୁ କିଛି କୁହାଯାଇ ନଥିଲା। କିନ୍ତୁ ନିର୍ଦ୍ଦେଶକ ରାଜା ନୱାଠେ ଓ ବିଶ୍ୱଜିତ୍ ଚାଟାର୍ଜୀ ଏ ବିଷୟରେ ଜାଣିଥିଲେ। ସେଥିପାଇଁ ନିର୍ଦ୍ଦେଶକ ଏ ସିନ୍ ୫ ମିନିଟ୍ ଧରି ଚାଲିଥିଲେ ମଧ୍ୟ କଟ୍ କହି ନଥିଲେ। ଏ ଘଟଣା ନେଇ ବିଶ୍ୱଜିତ୍ କହିଥିଲେ ଯେ ଏହି ଆଇଡିଆ ରାଜା ନୱାଠେଙ୍କର ଥିଲା। ସେ ହିଁ ତାଙ୍କୁ ଏହି କିସ୍ ସିନ୍ କରିବାକୁ ପ୍ରବର୍ତ୍ତାଇ ଥିଲେ। ଏହା ରେଖାଙ୍କ ଉପରେ ଲେଖା ହୋଇଥିବା ପୁସ୍ତକ ‘ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ମଧ୍ୟ ଏ କଥା ଉଲ୍ଲେଖ ରହିଛି ।
ରେଖାଙ୍କୁ ୨୦୧୦ ରେ ପଦ୍ମ ଶ୍ରୀ ଆୱାଡରେ ସମ୍ମାନୀତ କରାଯାଇଥିଲା । ସେ ୫୦ବର୍ଷ ଭିତରେ ୧୮୦ଟି ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ମନ କିଣି ନେଇନ୍ତି। ୧୯୭୨ ରାମ ପୁର କା ଲକ୍ଷ୍ମଣ ,୧୯୭୩ରେ କାହାଣୀ କିସମତ କି ଓ ୧୯୭୪ରେ ପ୍ରାଣ ଯାଏଁ ପର ବଚନ ନା ଯାଏଁ ଆସି ତାଙ୍କର ସଫଳ ସିନେମା ଅଟେ। ରେଖା ଅନେକ ଆୱାଡରେ ସମ୍ମାନୀତ ହୋଇଛନ୍ତି ।

Comments are closed.