Odisha Link
Bridging the Missing Links in Odisha

ଆରଏସ୍‌ଏସ୍‌ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ଶିଶୁଙ୍କୁ ହତ୍ୟା

କୋଲକାତା: ଆରଏସ୍‌ଏସ୍‌ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍‌ଏସ୍‌ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଦିନ ଜିଆଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ଘରୁ ସମସ୍ତଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଛି।

ପଶ୍ଚିମବଙ୍ଗ ଆରଏସ୍‌ଏସ୍‌ ସଚିବ ଜିସ୍ନୁ ବାସୁ କହିଛନ୍ତି, “ଶ୍ରୀ ପଲ ଜଣେ ଆରଏସ୍ଏସ୍ କର୍ମୀ। ସେ ନିକଟରେ ସଂଘ ପକ୍ଷରୁ ଆୟୋଜିତ ସପ୍ତାହିକ ମିଲନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।” ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ କରି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ବନ୍ଧୁ ଗୋପାଲ ପଲଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ସେକଥା ଜଣାପଡ଼ିନାହିଁ।

Comments are closed.