Odisha Link
Bridging the Missing Links in Odisha

ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ନୂଆଦିଲ୍ଲୀଠାରେ ‘ଭାରତ ଚାମ୍ପିୟନ୍‌ ସମ୍ମାନ

ଭୁବନେଶ୍ୱର : ଶିଶୁର ଅଧିକାର ପାଇଁ ବିଶ୍ୱର ୧୨୦ଟି ଦେଶରେ କାର୍ଯ୍ୟ କରୁଥିବା ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ସାରା ପୃଥିବୀରେ ଏହାର ଶତବାର୍ଷିକୀ ପାଳନ କରୁଥିବା ଅବସରରେ ଦିଲ୍ଲୀର ହାବିଟାଟ୍‌ ସେଣ୍ଟରଠାରେ ଆୟୋଜିତ “The Right Start National Summit” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦ଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷମାନଙ୍କୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଭାରତ ଚାମ୍ପିୟନ୍‌ ସମ୍ମାନ ପ୍ରଦାନ କରାଯାଇଛି । ଏହି ଜାତୀୟ ସମ୍ମିଳନୀ ଆମ ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଯିଏ କି ରାଜ୍ୟରେ ଶିଶୁମାନଙ୍କର ସାମୂହିକ ଅଧିକାରର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟକାରି ଆସୁଛନ୍ତି, ତାଙ୍କ ନେତୃତ୍ୱ ବଳରେ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଯଥେଷ୍ଟ ବିକାଶ ସାଧନ ହୋଇଛି । ନିକଟରେ ଘଟିଥିବା ମହାବାତ୍ୟା ‘ଫନୀ’ ସମୟରେ ଛୋଟ ପିଲାଙ୍କର ସୁରକ୍ଷା ପାଇଁ ତାଙ୍କର ଆପତକାଳୀନ ସହୋଯୋଗ ଦେଇଥିବାରୁ ତଥା ଶିଶୁ ଅଧିକାରର ସୁରକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ପ୍ରଧାନଙ୍କୁ ଭାରତ ଚାମ୍ପିୟନ୍‌ ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦିଶା ପିଲାଇ, ‘ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ’ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ, ‘ୟୁନିସେଫ୍‌’ର ଭାରତୀୟ ପ୍ରତିନିଧି ଡ. ଜାସ୍‌ମିନ୍‌ ଅଲ୍ଲୀ ହାକ୍‌ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.