Odisha Link
Bridging the Missing Links in Odisha

୨ କୋଟିର ହୀରା ମୁଦି ଉପହାରରେ ମିଳିଲା ଏହି ଅଭିନେତ୍ରୀଙ୍କୁ

ନୂଆଦିଲ୍ଲୀ : ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା ‘ସାୟରା ନରସିଂମା ରେଡ୍ଡୀ’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏହି ସିନେମାରେ ନଜର ଆସିଛନ୍ତି । ସିନେମାରେ ତମନ୍ନାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। ଆଉ ଏହି ସଫଳତା ପାଇଁ ସିନେମାର ପ୍ରଡ୍ୟୁସର୍‌ ରାମଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ତାଙ୍କ ଉପରେ ବହୁତ ଖୁସି ଅଛନ୍ତି।ସେ ତମନ୍ନାଙ୍କୁ ଏକ ବହୁମୂଲ୍ୟ ହୀରାର ମୁଦି ଉପହାର ସ୍ୱରୂପ ଦେଇଛନ୍ତି। ସୋଶାଲ୍‌ ମିଡିଆରେ ଫଟୋ ଶେଆର୍‌ କରି ଉପାସନା ଏହି ସୂଚନା ଦେଇଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ତମନ୍ନାଙ୍କ ପାଇଁ ମିସେସ୍‌ ପ୍ରଡ୍ୟୁସରଙ୍କ ତରଫରୁ ଏକ ଉପହାର।’

ଉପାସନା ଏହି ହୀରା ମୁଦିର ମୂଲ୍ୟ ବିଷୟରେ କିଛି ସୂଚନା ଦେଇନାହାନ୍ତି। କିନ୍ତୁ ଏହି ହୀରା ମୁଦିଟି ଦୁନିଆର ସବୁଠାରୁ ୫ଟି ବଡ଼ ହୀରା ମଧ୍ୟରୁ ଗୋଟିଏ। ଏହି ହୀରା ମୁଦିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତମନ୍ନା ଏହି ମୁଦିକୁ ପିନ୍ଧି ଫଟୋ ଉଠାଇଛନ୍ତି। ଫଟୋରେ ମୁଦିଟି ଖୁବ୍‌ ବଡ଼ ମଧ୍ୟ ଦେଖାଯାଉଛି।
‘ସାୟରା ନରସିଂମା ରେଡ୍ଡୀ’ ସିନେମାରେ ତମନ୍ନା ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଛନ୍ତି। ସ୍ୱାଧୀନତା ପାଇବା ପାଇଁ ଇଂରେଜମାନଙ୍କ ସହିତ ହୋଇଥିବା ଲଢ଼େଇରେ ଲକ୍ଷ୍ମୀ ଥିଲେ ନରସିଂମାଙ୍କର ସବୁଠାରୁ ବଡ଼ ସହଯୋଗୀ। ଏହି ସିନେମାରେ ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ‘ନରସିଂମା’ଙ୍କ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.