Odisha Link
Bridging the Missing Links in Odisha

ପଦାରେ ପଡ଼ିଲା କଂଗ୍ରେସର କଳି, ରିପୁନାଥ କହିଲେ ଦିଲୀପ ପଣ୍ଡା କିଏ?

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର କଳି। ପିସିସି ସଭାପତି ନିରଞ୍ଜନଙ୍କୁ ଭେଟିଲେ ରିପୁନାଥ ସେଠ୍। ବିଜେପୁର ଉପନିର୍ବାଚନ ପାଇଁ ଦିଲୀପ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିକେଟ ପାଇଁ ଆଶାୟୀ ଥିବା ରିପୁନାଥ ସେଠ୍। ଏଥିସହିତ ନିରଞ୍ଜନଙ୍କୁ ସାକ୍ଷାତ କରିବା ପରେ ଦିଲୀପ ପଣ୍ଡା କିଏ ବୋଲି କହିଲେ ରିପୁନାଥ। ମୁଁ ଦିଲୀପ ପଣ୍ଡାଙ୍କ ପାଇଁ ନୁହେଁ ବରଂ ଦଳ ପାଇଁ ପ୍ରଚାର କରିବି ବୋଲି ଗଣମାଧ୍ୟମକୁ କହିଛନ୍ତି ରିପୁନାଥ।

ଅପରପକ୍ଷେ ପିସିସି ସଭାପତି କଥାକୁ ଘୋଡେଇବା ପାଇଁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯେ, ମାନଭଞ୍ଜନ ହୋଇଥିଲା। ଏବେ ସବୁ ଠିକ୍‌ ହୋଇଯାଇଛି ଏବଂ ଦଳ ପାଇଁ ରିପୁନାଥ ସେଠ୍‌ ପ୍ରଚାର କରିବେ ବୋଲି ନିରଞ୍ଜନ କହିଛନ୍ତି।

Comments are closed.