Odisha Link
Bridging the Missing Links in Odisha

ଯୁବକଙ୍କୁ ଗୁଳିମାଡ଼

ବରଗଡ଼: ବଲାଙ୍ଗୀରରୁ ବରଗଡ଼ ଆସୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆହତ ଯୁବକ ଗୁରୁବାର ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁବକଙ୍କ ହାତ ପାପୁଲି ଓ ବାମ ଗୋଡ଼ରେ ଗୁଳି ବାଜିଛି। ବରଗଡ଼ ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର କାରଣ ଓ ଘଟଣା ସ୍ଥଳ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରି ନାହିଁ।

Comments are closed.