Odisha Link
Bridging the Missing Links in Odisha

୩୫ହଜାର ଭୋଟରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି। ସେ ଗାଇସିଲଟ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର।

ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ପାଲଟା ଜବାବ ଦେଇଛି ବିଜୁ ଜନତା ଦଳ। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜୟ ନେଇ ବିଜେଡି ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ ପାଇଛି। ଖାଲି ବିଜୟ ନୁହେଁ ୩୫ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି। ଏଭଳି ଦମ୍ଭୋକ୍ତି ଆଉ କେହି ନୁହେଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ବିଜେପୁରକୁ ହାତେଇବା ପାଇଁ ବିଜେଡି ସମେତ ଅନ୍ୟ ଦଳ ବି ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପୁରରେ ବିଜେଡି ବାଜିମାତ ମାରିବ। ୩୫ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ। କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ବି ଭୋଟରଙ୍କ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ।

ସୂଚନାଥାଉକି, ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ସରଚାର ଭାରେ ଯାେଗଦେଇ ନବୀନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଠିଆ ହୋଇଥିଲେ। ଗୋଟିଏ ବିଜେପୁର ଆଉ ଏକ ହିଞ୍ଜିଳିକାଟୁ। ହେଲେ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି କହିଥିଲେ। ଏହାସହିତ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିଲେ। ହେଲେ ବିଜେପୁର ଛାଡ଼ି ଚାଲିଗଲେ। ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଛାଡ଼ିପାରିଥାନ୍ତେ। କିନ୍ତୁ ବିଜେପୁର ଛାଡ଼ିଦେଲେ। ହିଞ୍ଜିଳିରେ ନହୋଇ କାହିଁକି ବିଜେପୁରରେ ଉପନିର୍ବାଚନ ହେଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରର ଦାୟିତ୍ୱ ନେଲେ ବୋଲି କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କି ଦାୟିତ୍ୱ ନେଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।

Comments are closed.