Odisha Link
Bridging the Missing Links in Odisha

ରାଜଧାନୀରୁ ନୟାଗଡ଼ ଗଡ଼ିବ ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’ ଟ୍ରେନ୍‌

ଭୁବନେଶ୍ବର: ଏଣିକି ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ରାଜଧାନୀରୁ ନୟାଗଡ଼କୁ ଗଡ଼ିବ ସିଧାସଳଖ ଟ୍ରେନ୍। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’ ମାଧ୍ୟମରେ ଭୁବନେଶ୍ବରରୁ-ନୟାଗଡ଼ ଟାଉନ ଗଡ଼ିବ ଟ୍ରେନ୍। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍‌ଟି ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ି ରାତି ୮.୪୫ରେ ନୟାଗଡ଼ ଟାଉନରେ ପହଞ୍ଚିବ। ତା’ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ ଟାଉନରୁ ଛାଡ଼ି ସକାଳ ୯ଟାରେ ଭୁବନେଶ୍ୱର ପହଞ୍ଚିବ। ଏହା ଦ୍ୱାରା ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଦୂରତ୍ୱ କମିବ। ଏଥିସହିତ ଲୋକେ ଆଉ ଯିବାଆସିବାରେ ଅସୁବିଧାରେ ସମ୍ମୁଖୀନ ହେବନି।

ତେବେ ଭୁବନେଶ୍ୱରରୁ ନୟାଗଡ଼ ଟାଉନ ମଧ୍ୟରେ ଏହାର ଷ୍ଟପେଜ୍‌ ଗୁଡ଼ିକ ହେଲା, ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, ଖୋର୍ଦ୍ଧା ଟାଉନ୍‌, ବେଗୁନିଆ, ରାଜସୁନାଖାଳା, ବୋଲଗଡ଼ ରୋଡ ଟାଉନ୍‌ ପରେ ଶେଷରେ ନୟାଗଡ଼ ଟାଉନ୍‌ରେ ଅଟକିବ।

Comments are closed.