Odisha Link
Bridging the Missing Links in Odisha

ଦିଲ୍ଲୀ ବାଚସ୍ପତି ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ। ଜଣଙ୍କ ଘରେ ପଶି ଗଣ୍ଡଗୋଳ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନାଥାଉକି, ୨୦୧୫ ଫେବୃୟାରୀରେ ଗୋଏଲ ପୂର୍ବ ଦିଲ୍ଲୀର ବିବେକ ବିହାର କଲୋନୀରେ ବାସ କରୁଥିବା ଜମି ବ୍ୟବସାୟୀ ମନୀଷ ଘାଇଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିଲେ।

ମନୀଷ ଗୋଏଲଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ପୁଲିସ ୨୦୧୭ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ଅଭିଯୋଗଫର୍ଦ୍ଧ ଦାଖଲ କରିଥିଲା। ଅଭିଯୋଗ ଫର୍ଦ୍ଧରେ ଅନ୍ୟ ୭ ଜଣଙ୍କ ନାମ ମଧ୍ୟ ରହିଥିଲା। ଏହି ମାମଲାରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦଣ୍ଡ ଘୋଷଣା କରି ନ ଥିଲେ ମଧ୍ୟ ଆଇନାନୁସାରେ ଗୋଏଲଙ୍କୁ ୧ ବର୍ଷ କାରାଦଣ୍ଡ ଶୁଣାଇବା ସମ୍ଭାବନା ରହିଛି।

Comments are closed.