Odisha Link
Bridging the Missing Links in Odisha

ଏସ୍‌ସିବି ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ୩ ମହଲା ଛାତରୁ ପଡି ଜଣେ ବୟସ୍କ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ରୋଗୀ ୧୦ ଦିନ ତଳେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ମୃ୍ତ୍ୟୁ ବରଣ କରିଥିବା ରୋଗୀଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି।
ରୋଗୀଙ୍କ ସାଂଗରେ କୌଣସି ସମ୍ପର୍କୀୟ ନଥିବାବେଳେ ତାଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ମୃତ ରୋଗୀଙ୍କ ବୟସ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ୱାର୍ଡରେ ଥିବା ଏହି ରୋଗୀ ବାହାରକୁ କେମିତି ଆସିଲେ ଓ କେଉଁ ପରିସ୍ଥିତିରେ ସେ ତିନି ମହାଲା ଉପରୁ କେମିତି ପଡିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୱାର୍ଡ ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳା ଦାୟୀ ବୋଲି କୁହାଯାଉଛି। ତେବେ ଏସସିବି କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.