Odisha Link
Bridging the Missing Links in Odisha

୮ ନଭେମ୍ବରରୁ ମହାନଗର ପୁସ୍ତକ ମେଳା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ଦ୍ବାରା ଆୟୋଜିତ ମହାନଗର ପୁସ୍ତକ ମେଳା ୨୦୧୯ ଆସନ୍ତା ନଭେମ୍ବର ମାସ ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ନିଳାଦ୍ରୀ ନିବାସ ଠାରେ ଏଥିନିମନ୍ତେ ଏକ ପୁସ୍ତକ ବୈଠକ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ କବି ସୁଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ରେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ବିଭାଗରେ କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରତିଯୋଗିତା କରାଯିବା ନିମନ୍ତେ ପ୍ରସ୍ତୃତି କରାଯାଇଛି।

ନଭେମ୍ବର ୧ରେ ଭୂମି ପୂଜନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶା ଓ ଓଡ଼ିଶା ବହାରୁ ବହୁ ପ୍ରଶାସକ, ପୁସ୍ତକ ବିକ୍ରେତା, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଯୋଗଦାନ କରିବେ ବୋଲି ସଭାନତି ଶ୍ରୀ ଦାସ କହିଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାହିତ୍ୟ ଆଲୋଚନା, ବୌଧିକ ଆଲୋଚନା ଓ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି।

Comments are closed.