Odisha Link
Bridging the Missing Links in Odisha

ସମୁଦ୍ର କୂଳରେ ଅଳିଆ ଗୋଟାଇଲେ ମୋଦି, ଦେଖନ୍ତୁ ଭିଡିଓ

ଚେନ୍ନାଇ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ଦୁଇ ବିଶ୍ବ ନେତାଙ୍କ ମଧ୍ୟରେ ତାମିଲନାଡୁର ମହାବଲୀପୁରମର କାଭେ ରିସୋର୍ଟରେ ଦ୍ୱିପାକ୍ଷିକ ଅର୍ଥନୀତିକ ସମ୍ମିଳନୀ ଆରମ୍ଭ ହୋଇଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମହାବଲୀପୁରମ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କରିଛନ୍ତି। ଏହି ସମୟରେ ସେ ସମୁଦ୍ର କୂଳରେ ପଡ଼ିଥିବା ଅଳିଆ ଉଠାଉଥିବା ଦେଖିବାକୁ ମିଳିଛି। ସମସ୍ତ ଅଳିଆକୁ ଉଠାଇ ସେ ରହୁଥିବା ହୋଟେଲର କର୍ମଚାରୀ ଜୟରାଜଙ୍କୁ ଦେଇଥିବା ଟୁଇଟ୍ କରି କହିଛନ୍ତି। ପାଖାପାଖି ଅଧଘଣ୍ଟାଏ ଧରି ମୋଦି ସମୁଦ୍ର କୂଳରେ ସଫେଇ କରିଥିଲେ ବୋଲି ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ତାଜ ହୋଟେଲରେ ରହୁଛନ୍ତି।

ପ୍ରାତଃ ଭ୍ରମଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଟର୍ଚ୍ଚ ଲାଇଟ୍ ଭଳି ଏକ ଛୋଟିଆ ଜିନିଷଟିଏ ହାତରେ ଧରିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସେ ହାତରେ ଧରିଥିବା ଜିନିଷଟି ଆକ୍ୱା ଫୁଟରୋଲର ବୋଲି ଜଣାପଡ଼ିଛି। ଏହି ଆକ୍ୱା ଫୁଟରୋଲରକୁ ଦୁଇ ହାତରେ ଧରି ଘଷି ହେଲେ ଥକାପଣ କମିଥାଏ।

Comments are closed.