Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ। ମୋହନ ଭାଗବତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ।

ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିବ। ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ସଂଘ ଚାଳକ ମୋହନ ଭାଗବତ ଯୋଗଦେଉଛନ୍ତି। କାର୍ଯ୍ୟକ୍ରମରେ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ, ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ ଓ ପ୍ରଚାରକଙ୍କ ସହ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଉଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ହେବାକୁ ଥିବା ଏହି ବୈଠକ ପ୍ରଥମ ଦିନ ଅର୍ଥାତ ୧୫ ତାରିଖରେ ଆରଏସଏସର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେବେ। ୧୬ ତାରିଖ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବୈଠକ ହେବ। ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଚାଲିବ। ଧାରା ୩୭୦ ଓ ତିନି ତଲାକର ଉଚ୍ଛେଦ, ବିଶ୍ୱ ତାପନ’ ଆଗାମୀ ବିଧାନସଭା ନିର୍ବାଚନ, ଜାତୀୟ ନାଗରିକ ରେଜିଷ୍ଟର ଓ ରାମ ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଏ କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଚିନ୍ତନ କରାଯିବ। ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସ୍ଥିତି, ଅନ୍ଧବିଶ୍ୱାସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ସାଂପ୍ରତିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ। ଆର୍‌ଏସ୍‌ଏସ୍ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହାକୁ ନେଇ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି।

Comments are closed.