Odisha Link
Bridging the Missing Links in Odisha

ବିଜେପିରୁ ଅଶୋକ ପାଣିଗ୍ରାହୀଙ୍କ ଇସ୍ତଫା

ବିଜେପୁର: ୨୦୧୯ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ବିଜେପି ନେତା ତଥା ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଇସ୍ତଫା ଦେବା ପରେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। ଫଳରେ କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି।  ଏଥିପାଇଁ ଦଳର ସାଙ୍ଗଠନିକ କାର୍ଯ୍ୟରେ ଯିଏ ଅଛନ୍ତି, ସେମାନେ ଦାୟୀ ବୋଲି କହିଛନ୍ତି ଅଶୋକ ।

ବିଜେଡିକୁ ଯିବେ କି ପ୍ରଶ୍ନରେ ଅଶୋକ କହିଛନ୍ତି-“ବିଜେଡିକୁ ଯିବାର ପ୍ରଶ୍ନ ଉଠୁନି। ମୁଁ ସେମାନଙ୍କ ସହ କିଛି ସଂପର୍କ ରଖିନି କି ଅଫର ପାଇନି। ନିଜ ଅଞ୍ଚଳକୁ ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ଆଗାମୀ  ନିଷ୍ପତ୍ତି ନେବି ବୋଲିି କହିଛନ୍ତି ଅଶୋକ। ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କରିବେ କି ପ୍ରଶ୍ନରେ ସେ କହିଛନ୍ତି-“ଯଦି କର୍ମୀମାନେ କହିବେ କରାଯିବ।”

Comments are closed.