Odisha Link
Bridging the Missing Links in Odisha

କିମ୍ବଦନ୍ତୀ ଗୀତିକାର ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ଭାବେ ସେ ଆଜି ବି ପ୍ରତି ଓଡିଆଙ୍କ ମନରେ ଜୀବିତ। ସେ ହେଉଛନ୍ତି ଅକ୍ଷୟ ମହାନ୍ତି ଓ ଆମ ପ୍ରିୟର ଖୋକା ଭାଇ। ଆଜି ସେ ଆମ ନିକଟରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତ ସବୁ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଗୁଂଜରିତ ହୁଏ। ଆଜି ତାଙ୍କ ଜନ୍ମଜୟନ୍ତୀରେ ଅବସରରେ ସାରା ଓଡିଶାର ଅକ୍ଷୟ ପ୍ରେମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ମନେ ପକାଇଛନ୍ତି। ଆଜି ତାଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅକ୍ଷୟ ମହାନ୍ତିଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି |

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି ଯେ ‘ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ତଥା ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ସ୍ଵତନ୍ତ୍ର ସଙ୍ଗୀତ ରଚନା ଓ ପରିବେଷଣ ଶୈଳୀ ତାଙ୍କୁ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସର୍ବଦା ଜୀବିତ ରଖିବ’।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି ଯେ ଅକ୍ଷୟ ମହାନ୍ତିଙ୍କ ଅବଦାନ ବିନା ଆଜିର ଓଡ଼ିଆ ସଙ୍ଗୀତ ଏଭଳି ହୋଇନଥାନ୍ତା |

Comments are closed.