Odisha Link
Bridging the Missing Links in Odisha

ଜାପାନରେ ତାଣ୍ଡବ ରିଚିଲା ସାମୁଦ୍ରିକ ଝଡ଼ ‘ହଗିବିସ୍‌’: ୧୧ ମୃତ, ୧୭ ନିଖୋଜ

ଟୋକିଓ: ସାମୁଦ୍ରିକ ଝଡ଼ ‘ହଗିବିସ୍‌’ ଜାପାନରେ ତାଣ୍ଡବ ରଚିଛି। ଏହି ଝଡ଼ ଟୋକିଓର ଇଜୁ ଦ୍ୱୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। ପାଣିଘେରରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଜାପାନ ସାମରିକ ବାହିନୀ ତତ୍ପର ହୋଇଉଠିଛି।

ଏହାସହ ଟୋକିଓ, ଇଜୁ ଓ ସିଲୁଓକାରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଛି। ଅନ୍ଧାରରେ ୮ ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ଏଠାରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଏଥିସହିତ ରଗବି ବିଶ୍ବକପ୍‌ର ତୃତୀୟ ମ୍ୟାଚକୁ ବାତିଲ କରି ଦିଆଯାଇଛି। ଧ୍ୟାନ ଆକର୍ଷଣ ପାଇଁ ବାଲ୍‌କୋନିରେ ଠିଆ ହୋଇ ରୁମାଲ ହଲାଉଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ସେନାବାହିନୀ ଡେଲିକପ୍ଟର୍‌ ମୁତୟନ କରିଛି।

Comments are closed.