Odisha Link
Bridging the Missing Links in Odisha

ପିଏମ୍‌ ମୋଦି ଲେଖିଲେ କବିତା, ଆପଣ ପଢ଼ିଛନ୍ତି କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ କବି ହୋଇଯାଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହା ମୋଦିଙ୍କ ଚର୍ଚ୍ଚିତ କବିତା ହିଁ ପ୍ରମାଣିତ କରିଛି। ପ୍ରକୃତି ବିଭୋର କରେ, ଆନମନା କରେ ଏବଂ ଭାବୁକକୁ କବିରେ ପରିଣତ କରିଦିଏ। ଏହା ସତରେ ପ୍ରମାଣିତ କରିଛି ମାମଲ୍ଲାପୁରମ୍‌ ଉପକୂଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କବିରେ ପରିଣତ କରିଦେଇଛି ଏଠାକାର ପ୍ରକୃତି। ମୋଦି ଏହି କବିତାକୁ ନେଇ କହିଛନ୍ତି, ସେ ସମୁଦ୍ର ସହିତ କଥା ହେବା ଭିତରେ ହଜିଯାଇଥିଲେ। ସେ କହିଛନ୍ତି, ଏହି ବାର୍ତ୍ତାଳପରେ ମୋ ଅନୁଭବର ପୃଥିବୀ ରହିଥିଲା। ମୁଁ ଏସବୁକୁ ଆପଣମାନଙ୍କୁ ଏକ କବିତା ଆକାରରେ ପ୍ରକାଶ କରୁଛି।

୮ ପାରାଗ୍ରାଫ୍‌ ବିଶିଷ୍ଟ ଏହି କବିତାରେ ମୋଦି ସମୁଦ୍ର ସହ ସୂର୍ଯ୍ୟ, ତରଙ୍ଗ ଏବଂ ଏହାର ଯନ୍ତ୍ରଣା ବାବଦରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ମୋଦି ସି ଜିନ୍‌ପିଙ୍ଗଙ୍କୁ ଭେଟିବା ପାଇଁ ଏହି ଐତିହ୍ୟ ସହରରେ ବେଶ୍‌ କିଛି ସମୟ କାଟିଥିବାବେଳେ ସେଥିରୁ ପ୍ରମୁଖ ଥିଲା ସମୁଦ୍ର ସ୍ଥାନ। ସେ ଏହି ସମୁଦ୍ର କୂଳରେ ପଲିଥିନ୍‌ ଗୋଟାଉଥିବାର ଭିଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଆଉ ବର୍ତ୍ତମାନ ସେ ପ୍ରକୃତିକୁ କିଭଳି ଦୃଷ୍ଟିରେ ଦେଖନ୍ତି ଏବଂ ଭାବବିହ୍ୱଳ ହୁଅନ୍ତି ତାହା ବର୍ଣ୍ଣନା କରିଛନ୍ତି।

Comments are closed.