Odisha Link
Bridging the Missing Links in Odisha

ବିଜେପୁର ଉପନିର୍ବାଚନ: ଅଶୋକ ବିଜେଡି ପାଇଁ କଲେ ପ୍ରଚାର

ବିଜେପୁର: ବିଜେପୁର ଉପନିର୍ବାଚନରେ ପ୍ରଚାର ମଇଦାନରେ ଅଶୋକ ପାଣିଗ୍ରାହୀ। ସେ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବରପାଲୀ ବ୍ଲକ୍ ବିସିପାଲ୍ଲୀରେ ନିଜ ସମର୍ଥକଙ୍କ ସହ ପ୍ରଚାର କଲେ ଅଶୋକ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ ଅଶୋକ ପାଣିଗ୍ରାହୀ। ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ ।

ପରେ ଦଳୀୟ ନେତୃତ୍ୱ ବିରୋଧରେ ବର୍ଷିଥିଲେ। ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ବିଜେପିରୁ ଇସ୍ତଫା ଦେଇଥିଲ । ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଥିଲେ। ନିଜର ସମର୍ଥକଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏପରି ନିଷ୍ପତି ନେଇଥିବା କହିଥିଲେ।

Comments are closed.