Odisha Link
Bridging the Missing Links in Odisha

କଶ୍ମୀରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବହୁ ଆପତ୍ତି ଜନକ ସାମଗ୍ରୀ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କୁ ଏନକାଉଣ୍ଟର ସ୍ଥଳରୁ ଦୂରେଇ ରହିବା ପାଇଁ କୁହାଯାଇଛି। ସୋମବାର ଦୀର୍ଘ ୭୨ ଦିନ ପରେ କଶ୍ମୀରରେ ମୋବାଇଲ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଥିଲା। ମୋବାଇଲ ସେବା ଆରମ୍ଭ ହେବା ପରେ ଏଭଳି ଏନକାଉଣ୍ଟର ପ୍ରଥମ ଘଟଣା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରୁ ସମସ୍ତ ୩ ଆତଙ୍କୀଙ୍କ ମୃତଦେହ ଜବତ ହୋଇଛି। ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ।

ଆଜି ବିଜବେହାର ଅଞ୍ଚଳରେ ଥିବା ପାଜଲପୋରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା।

Comments are closed.