Odisha Link
Bridging the Missing Links in Odisha

ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିବେ ଏହି ଭୋଜପୁରୀ ଷ୍ଟାର

ମୁମ୍ବାଇ :ଛୋଟ ପରଦାରର ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୋ’ରୁ ଦଲଜୀତ୍‌ କୌର୍‌ ଓ କୋଏନା ମିତ୍ରା ବାହାର ହୋଇ ଯାଇଛନ୍ତି ବିଶେଷ କରି ଦଲଜୀତ୍‌ଙ୍କ ଏଲିମିନେସକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

ସୂଚନା ଅନୁଯାୟୀ ଏବେ ୱାଇଲ୍ଡ କାର୍ଡରେ ପ୍ରତିଯୋଗୀ ଏଣ୍ଟ୍ରି କରିବେ । ଭୋଜପୁରୀ ସିନେମାର ସୁପର୍‌ଷ୍ଟାର୍‌ କେଶରୀଲାଲ୍‌ ଯାଦବ ଅକ୍ଟୋବର ୨୫ରେ ‘ବିଗ୍‌ ବସ୍‌-୧୩’ରେ ଏଣ୍ଟ୍ରି କରିବେ ପ୍ରଥମ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବେ । ତାଙ୍କର ସିନେମାକୁ ନେଇ କିଛି କାମ ବାକିଥିବାରୁ ଏଣ୍ଟ୍ରିରେ ବିଳମ୍ବ ହୋଇଛି। ଏବଂ ଗତ ସପ୍ତାହରେ ଶୋ’ରୁ ବାହାରିଥିବା ଦଲ୍‌ଜୀତ୍‌ କୌର୍‌ ମଧ୍ୟ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ରି-ଏଣ୍ଟ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Comments are closed.