Odisha Link
Bridging the Missing Links in Odisha

୭୪ ବର୍ଷ ବୟସରେ ପାଦ ଥାପିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ । ସେ ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି । ନବୀନ ପଟ୍ଟନାୟକ ୧୯୪୬ ମସିହା କଟକରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି। ରାଜ୍ୟରୁ ଗରିବ ହଟାଇବା ନବୀନଙ୍କ ମୂଳ ଲକ୍ଷ୍ୟ । ଗାଁ ଗହଳି, ସହର ନଗର ସବୁଠି ସ୍ପଷ୍ଟ ଭାବେ ଝଲସୁଛି ବିକାଶର ଚିତ୍ର । କୃଷି, ଶିଳ୍ପ ହେଉ କି କ୍ରୀଡା ସାରା ଦେଶରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ରାଜ୍ୟରେ ୬୦ଟିରୁ ଅଧିକ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ଆୟୋଜନ କାରାଯାଇଛି । ନବୀନଙ୍କ ଜନ୍ମ ଦିନରେ ୧୦ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଛି ।

Comments are closed.