Odisha Link
Bridging the Missing Links in Odisha

ବ୍ୟାଙ୍କ ସହ ଜଡିତ ସମସ୍ତ କାମ ସାରି ଦିଅନ୍ତୁ

ଭୁବନେଶ୍ବର: ଆଉ ୧୪ ଦିନ ରହିଲା ଅକ୍ଟୋବର ମାସ ଶେଷ ହେବାକୁ । ଏହି ୧୪ଦିନ ମଧ୍ୟରେ କିଛି ଦିନ ରହିଛି ଯେବେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।୩୧ ଅକ୍ଟୋବର ପୂର୍ବରୁ ବିଭିନ୍ନ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ସମୟ ଥାଉ ଥାଉ ବ୍ୟାଙ୍କ ସହ ଜଡିତ ସମସ୍ତ କାମ ସାରି ଦିଅନ୍ତୁ। ଓ ବିଭିନ୍ନ ଦାବି ନେଇ ବ୍ୟାଙ୍କ ଅକ୍ଟୋବର ୨୨ ବନ୍ଦ ଘୋଷଣା କରିଛି।
୨୨ ଅକ୍ଟୋବର ପୂର୍ବରୁ ୨୦ଅକ୍ଟୋବରକୁ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ । ୨୬ ତାରିଖ ଶେଷ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ। ଦୀପାବଳୀ ପୂର୍ବରୁ ୩ଦିନ ବ୍ୟାଙ୍କ ବନ୍ଦ ରହିବ। ଦୀପାବଳୀ ପରେ ୨୮ ଅକ୍ଟୋବର ଗୋବର୍ଦ୍ଧନ ଉତ୍ସବ ଓ ୨୯ ଅକ୍ଟୋବର ଭାଇଦୁଜ ପାଇଁ ବ୍ୟାଙ୍କ ବନ୍ଦ ରହିବ । କିଛିଦିନ ତଳେ ସରକାର ୧୦ଟି ବ୍ୟାଙ୍କକୁ ଟାଏଅପ କରିବା ପାଇଁ ବା ମର୍ଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଦ୍ୱାରା ଆନ୍ଧ୍ରା ବ୍ୟାଙ୍କ, ଇହ୍ଲାବାଦ ବ୍ୟାଙ୍କ, ସିନ୍ଦିଗେଟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଆଦିର ଅସ୍ଥିତ୍ୱ ରହିବ ନାହିଁ।

Comments are closed.