Odisha Link
Bridging the Missing Links in Odisha

ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କଲେ ଶ୍ଲୋକା ମେହତା

ଭୁବନେଶ୍ବର: ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଓ ବୋହୂ ଶ୍ଲୋକାଙ୍କ ଏଥର ପ୍ରଥମ କରଓ୍ଵାଚୌଥ୍ । ଏବେ ଶ୍ଲୋକା ଓ ନୀତା ଅମ୍ବାନୀଙ୍କ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟି ସୋସିଆଲ ମିଡିଆରେ ଲକ୍ଷେ ଭ୍ୟୁଜ୍ ମିଳି ସାରିଲାଣି।


ଭିଡିଓଟିରେ ସେମାାନେ ଏକ ବିବାହରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏଠାରେ ପୁରା ଅମ୍ବାନୀ ପରିବାର ସାମିଲ ହୋଇଥିଲେ। ଏହି ପ୍ରୋଗ୍ରାମରେ ନୀତା ଅମ୍ବାନୀଙ୍କ ଭଉଣୀ ମମତା ଦଲାଲ୍ ମଧ୍ୟ ଯୋଗ ଦେଇଥିଲେ। ନୀତାଙ୍କ ସହ ତାଙ୍କ ବୋହୂ ଶ୍ଲୋକା ଏବଂ ଝିଅ ମଧ୍ୟ ଡ୍ୟାନ୍ସ କରିଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ଲୋକା ହୀରା ବ୍ୟବସାୟୀ ରସେଲ ମେହତାଙ୍କ ଝିଅ। ଶ୍ଲୋକା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଥିଲେ। ଏହାପରେ ସେ ଲଣ୍ଡନ ସ୍କୁଲ ଅପ୍ ଇକୋନୋମିକ୍ସ ଏବଂ ପଲଟିକାଲ ସାଇନ୍ସ ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୨୦୧୪ ମସିହାରେ ଶ୍ଲୋକା ମେହତା ରୋଜି ବ୍ଲୁ ଫାଉଣ୍ଡେସନର ଡାଇରେକ୍ଟର କାମ କରିଥିଲେ। ଏଥିସହ ଶ୍ଲୋକା କନେକ୍ଟର ନାମକ ସଂସ୍ଥାରେ ସହ ସଂସ୍ଥାପକ ଭାବେ ସମସ୍ତ ଦାୟିତ୍ୱ ତୁଲାଇଥିଲେ। ଶ୍ଲୋକାଙ୍କ ଏହି ସଂସ୍ଥା ଏନଜିଓ ପାଇଁ କାମ କରିଥାଏ।

Comments are closed.