Odisha Link
Bridging the Missing Links in Odisha

‘ସହଯୋଗ କରନ୍ତୁ, ସମାଲୋଚନା ନୁହେଁ’

ଭୁବନେଶ୍ୱର: ବିଜେପି ନେତା ଓ କଂଗ୍ରେସ ନେତା ବାରମ୍ବାର ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟିକୁ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି। ଏଥିସହିତ ଆଜି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତବ୍ୟ ପରେ ଏହାର ପାଲଟା ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିବା ପରିବର୍ତ୍ତେ ସାହାଯ୍ୟ ଓ ସହଯୋଗ କରନ୍ତୁ । ଓଡ଼ିଶା ପାଇଁ କଣ ଦରକାର କେନ୍ଦ୍ର ପାଖରେ ଦାବି ରଖି ଆଣନ୍ତୁ । ସରକାର ଯେଉଁ କାମ କରନ୍ତି ସଚିବ ମାଧ୍ୟମରେ କରନ୍ତି । ଲୋକଙ୍କ ସୁବିଧା ତଥା ଭଲ କାମ ପାଇଁ ସଚିବଙ୍କୁ ଜିଲ୍ଲାକୁ ପଠାଯାଉଛି । ସଚିବଙ୍କ ରିପୋର୍ଟ ଆଧାରରେ ଲୋକଙ୍କ ପାଇଁ ସରକାର କାମ କରୁଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟିକୁ କାର୍ଯ୍ୟକ୍ରମକୁ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସମାଲୋଚନା କରିଥିଲେ । ଏହାକୁ ସେ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା ବୋଲି ସେ କହିଥିଲେ ।

ସେ କହିଥିଲେ ଯେ, ‘ମୁଁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଡାକ୍ତରଖାନା ଯାଇଥିଲି । ସେଠାରେ ଡାକ୍ତର ନାହାନ୍ତି । ମାଗଣା ଔଷଧ ମଧ୍ୟ ଦିଆଯାଉନାହିଁ । ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନ । କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ କିଣୁଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ସେହିପରି ୫-ଟି ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଏଥିରେ ସମନ୍ୱୟ, ସ୍ୱଚ୍ଛତା କିମ୍ବା କୌଣସି ଟି ନାହିଁ । କୋମାରେ ରୋଗୀଙ୍କୁ ଝଟକା ଦେଲା ପରି ସରକାର ଝଟକା ଦେଉଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।

Comments are closed.