Odisha Link
Bridging the Missing Links in Odisha

୧୯ ବର୍ଷ ଧରି କାହା ସରକାର ଥିଲା?

ବିଜେପୁର: ବିଜେପୁର ଉପନିର୍ବାଚନ ଯେତେ ପାଖୁଛି ସେତେ ବୟାନବାଜି ଶୁଣିବାକୁ ମିଳୁଛି। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି ବିଜେପି ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯାଇଥିଲେ। ସେଠି ପ୍ରଚାର କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଗରଣମାଧ୍ୟମ ପ୍ରତିନିଧୀ ମାନେ ‘ମୋ ସରକାର’କୁ ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ବିଷ୍ଣୁ ସେଠୀ କହିଥିଲେ ଯେ, ୧୯ ବର୍ଷ ଧରି କାହା ସରକାର ଥିଲା ? ସେମାନଙ୍କର ସରକାର ହିଁ ଥିଲା। ମୋ ସରକାର ନାମରେ ସେମାନେ ଏକ ପ୍ରହେଳିକା ସୃଷ୍ଟି କରୁଛନ୍ତି।

ମୋ ସରକାରକୁ ସମାଲୋଚନା କରି ବିଷ୍ଣୁ ସେଠୀ କହିଛନ୍ତି ଯେ, ତାଙ୍କରି ସରକାର ଥିଲା ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କରି ସରକାର ଥିଲା ଆଜି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ତାଙ୍କରି ସରକାର ଥିଲା ପ୍ରଧାନମନ୍ତ୍ରୀ ଆବାସରେ ଲୋକଙ୍କୁ ଘର ମିଳୁନି।

ସ୍କୁଲରେ ଶିକ୍ଷକ ନାହାନ୍ତି। ତେବେ ମୋ ସରକାର ନାମରେ ଆଉ କ’ଣ ଆକାଶରୁ ନୂଆ ଖସିଲା କି ବୋଲି କହି ବିଷ୍ଣୁ ସେଠୀ କଟାକ୍ଷ କରିଛନ୍ତି। ତେବେ ୫-ଟିକୁ ନେଇ ବିଜେପି କାହିଁକି ସମାଲୋଚନା କରୁଛି ବା ପ୍ରଶ୍ନ ଉଠାଉଛି ତାକୁ ନେଇ ବିଷ୍ଣୁ ସେଠୀଙ୍କୁ ସାମ୍ବାଦିକମାନେ ପଚାରିଥିଲେ। ଉତ୍ତରରେ ବିଷ୍ଣୁ କହିଥିଲେ ଯେ, ସେମାନେ ଅଜଥାରେ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି। ଆମେ ତାର ପ୍ରତିବାଦ କରୁଛୁ ବୋଲି ବିଷ୍ଣୁ କହିଛନ୍ତି।

Comments are closed.