Odisha Link
Bridging the Missing Links in Odisha

ମୋ ସରକାର କାର୍ଯ୍ୟକ୍ରମକୁ ସମାଲୋଚନା କଲେ ପ୍ରତାପ

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହାକୁ ସେ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା ବୋଲି କହିଛନ୍ତି ପ୍ରତାପ ।

ସେ କହିଛନ୍ତି ଯେ, ‘ମୁଁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଡାକ୍ତରଖାନା ଯାଇଥିଲି। ସେଠାରେ ଡାକ୍ତର ନାହାନ୍ତି । ମାଗଣା ଔଷଧ ମଧ୍ୟ ଦିଆଯାଉନାହିଁ । ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନ। କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ କିଣୁଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସେହିପରି ୫-ଟି ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଏଥିରେ ସମନ୍ୱୟ, ସ୍ୱଚ୍ଛତା କିମ୍ବା କୌଣସି ଟି ନାହିଁ । କୋମାରେ ରୋଗୀଙ୍କୁ ଝଟକା ଦେଲା ପରି ସରକାର ଝଟକା ଦେଉଛନ୍ତି ।

Comments are closed.