Odisha Link
Bridging the Missing Links in Odisha

ଆଜି ବିଜେପୁରରେ ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ଶୋ’

ବିଜେପୁର: ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିପାଇଁ ନିର୍ବାଚନୀ ପ୍ରସାର ସରିବାର ସମୟ ସୀମା ଅଛି ୧୯ ତାରିଖ। ଯାହାରି ଫଳରେ ବିଜପେୁର ପାଲଟିଛି ନେତାପୁର। ୩ ପ୍ରମୁଖ ଦଳର ହେଭିୱେଟ୍ ବିଜେପୁରରେ ଡେରା ପକାଇଛନ୍ତି। ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମୈଦାନରେ ନିଜ ନିଜ ଶୈଳୀରେ ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରୁଛନ୍ତି। ବିଜେଡି ନିଜ ଗଡ଼ ଦଖଲ ପାଇଁ ଉଦ୍ୟମ ଚଳାଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ସେଠାରେ ସେ ୨ଦିନ ଧରି ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କରିଥିଲେ। ଏହି ଦୁଇ ନେତା ବରପାଲି, ବିଜେପୁର ଓ ଗାଈସିଲଟ ବ୍ଲକରେ ଭୋଟ୍ ଭିକ୍ଷା କରିଥିଲେ। ଅନ୍ୟପକ୍ଷରେ ରୋହିତ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ ମଧ୍ୟ ରୀତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।

Comments are closed.