Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରସନ୍ନ ଆଚାର୍ଯ୍ୟ, କହିଲେ..

ବିଜେପୁର: ଜମୁଛି ବିଜେପୁର ପ୍ରଚାର କାର୍ଯ୍ୟ। ଏହାରି ମଧ୍ୟରେ ତିନି ଦଳର ନେତାଙ୍କ ବୟାନବାଜି ସାଜିଛି ମୁଖ୍ୟ ଆର୍କଷଣ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଭଳି ଆସନ ଛାଡ଼ିଛନ୍ତି। ଏହା ଏକ ସାମ୍ବିଧାନିକ ପ୍ରକ୍ରିୟାର ଅଂଶବିଶେଷ। ଏଥିସହିତ ପ୍ରସନ୍ନ କଟାକ୍ଷ କରିଛନ୍ତି ଯେ, କେନ୍ଦ୍ର ସରକାର ବିକାଶର ନାରା ଦେଇଥିଲେ। ଏବେ ତାହା ତାଲିକା ଦେବେ କି? ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି। ଗଙ୍ଗାଧର ମେହେର ପ୍ରକଳ୍ପ ବହୁ କୋଟିର ହୋଇଥିବାରୁ ଡେରି ହେଉଛି।

ଏଥି ସହିତ ଧର୍ମେନ୍ଦ୍ରଙ୍କ କଂଗ୍ରେସ ବିଜେଡିର ବି ଟିମ୍‌ କଟାକ୍ଷର ଉତ୍ତର ରଖିଲେ ପ୍ରସନ୍ନ ଆଚାର୍ଯ୍ୟ। କିଏ କାହାର ବି ଟିମ୍‌ ସେ ନେଇ ବିଜେପି-କଂଗ୍ରେସର ପ୍ରତିଦ୍ବନ୍ଦିତା ଚାଲିଛି। ବିଜେଡି ବି ଟିମ୍‌ ପ୍ରତିଦ୍ବନ୍ଦିତା ଭିତରେ ନାହିଁ। ଗତ ନିର୍ବାଚନରେ ବି ଜିତିବେ କହିଥିଲେ, ୨୧ ପରେ ଏହାର ଉତ୍ତର ପାଇଯିବେ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ସୂଚନାଥାଉକି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ସମୟରେ ବିଜେଡି ସାଂସଦ ପ୍ରସନ୍ନ ଆଚର୍ଯ୍ୟଙ୍କୁ ଟାର୍ଗେଟ କରିଥିଲେ। ସେ କହିଛିନ୍ତି ଯେ, ପ୍ରସନ୍ନ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ ହେଲେ ପୁଣି କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି। ପଶ୍ଚିମ ଓଡ଼ିଶାର ବିକାଶ ହେବ କହି ମୁଖ୍ୟମନ୍ତ୍ରୀଙ୍କୁ ଆଣିଥିଲେ। ହେଲେ ନବୀନବାବୁ ବିଜେପୁର ଛାଡି ପଳାଇଲେ। ହେଲେ ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ିଗଲେ, ପ୍ରସନ୍ନ ଆଚାର୍ଯ୍ୟ ଜବାବ ଦେଲେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର। ବିଜେପୁରବାସୀଙ୍କ ଉପରେ କାହିଁକି ଉପନିର୍ବାଚନ ଲଦି ଦିଆଗଲା। ଏବଂ କଂଗ୍ରେସ ଦଳ ଓଡ଼ିଶାରେ ନାହିଁ, ବିଜେଡିର ବି ଟିମ୍‌ ଭାବେ କାର୍ଯ୍ୟ କରୁଛି। ଏହାର ଉତ୍ତର ବିଜେପୁରବାସୀ ଆସନ୍ତା ୨୧ ତାରିଖରେ ଉଚିତ୍‌ ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comments are closed.