Odisha Link
Bridging the Missing Links in Odisha

ତିନି ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: କ୍ଷମତାର ଦୁରୂପଯୋଗ କରୁଥିବା ଅଭିଯୋଗରେ ୩ ଜଣ ପୁଲିସ ଅଧିକାରୀଙ୍କୁ ରାଜ୍ୟସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନେ ହେଲେ ଏଏସଆଇ ବୀରବର ଲେଙ୍କା, କିଶୋର ବାଗ ଏବଂ ସବ୍ଇନ୍ସପେକ୍ଟର ବନମାଳୀ ନାୟକ। ଓଡିଶା ସର୍ଭିସ କୋଡ୍, ରୁଲ୍-୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଟ୍ବୁଟ୍ କରାଯାଇ ଓଡିଶା ଡିଜିପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ସବ୍ଇନ୍ସପେକ୍ଟର ବନମାଳୀ ନାୟକ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ନାମରେ ଦୁଇଟି ଅଭିଯୋଗ ରହିଛି। ଏମିତିକି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ। ବନମାଳୀଙ୍କ କାର୍ଯ୍ୟକାଳ ଆହୁରି ୪ ବର୍ଷ ଥିଲା।

Comments are closed.