Odisha Link
Bridging the Missing Links in Odisha

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍‌ ତଳ ବୈତରଣୀ ଗାଁର ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତାଙ୍କ ବ୍ୟାଙ୍କ ଜମାଖାତାରେ ମାସିକ ୧୦ ହଜାର ଟଙ୍କା ହାରରେ ଜୁଲାଇ, ଅଗଷ୍ଟ ଓ ସେପେଫମ୍ବର ମାସର ୩୦ ହଜାର ଟଙ୍କା ପୈଠ କରାଯାଇଛି । ଗତ ଜୁଲାଇ ୮ ତାରିଖରେ ରାଜ୍ୟ ସରକାର ଅନଟନରେ ଥିବା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହି କ୍ରମରେ ‘ଓଡ଼ିଶା ମାଉଣ୍ଟେନ୍‌ ମ୍ୟାନ୍‌’ ପଦ୍ମଶ୍ରୀ ଦୈତାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଦୈତାରୀ ନାଏକଙ୍କ ସମେତ ରାଜ୍ୟ ୫ ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମଧ୍ୟ ଜୁଲାଇ, ଅଗଷ୍ଟ ଓ ସେପେଫମ୍ବର ମାସର ସହାୟତା ପ୍ରଦାନ କରାଯାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Comments are closed.