Odisha Link
Bridging the Missing Links in Odisha

ଝିଅମାନେ ବି ସୈନିକ ସ୍କୁଲରେ ପଢ଼ିପାରିବେ

ନୂଆଦିଲ୍ଲୀ: ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପଢ଼ିପାରିବେ। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି । ପୂର୍ବରୁ ଦେଶର ଥିବା ବିଭିନ୍ନ ସୈନିକ ସ୍କୁଲରେ କେବଳ ପୁଅମାନଙ୍କୁ ନାଁ ଲେଖାଇବାର ଅନୁମତି ମିଳୁଥିଲା। ୨ ବର୍ଷ ତଳେ କେନ୍ଦ୍ର ସରକାର କେବଳ ମିଜୋରାମରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ପ୍ରସ୍ତାବକୁ ଅନୁମତି ଦେଇଥିଲେ। ଏଠାରେ ପଢ଼ୁବାକୁ ଥିବା ଝିଅମାନେ ଭାରତୀୟ ସେନାରେ ମଧ୍ୟ ଯୋଗ ଦେଇପାରିବେ।
ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପାଇଲଟ୍‌ ପ୍ରକଳ୍ପ ସଫଳତାର ଶୀର୍ଷରେ ପହଞ୍ଚିବାରୁ ଏବେ ସମଗ୍ର ଦେଶରେ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୈନିକ ସ୍କୁଲରେ ଝିଅମାନଙ୍କୁ ପାଠ ପଢ଼ାଇବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଭିତ୍ତିଭୂମି ପ୍ରସ୍ତୁତ କରିବେ। ସେହିଭଳି ସୈନିକ ସ୍କୁଲରେ ଅଧିକ ପରିମାଣର ମହିଳା ଅଧିକାରୀ ଓ ଶିକ୍ଷକମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ।

Comments are closed.